Breaking News

ସରସ୍ଵତୀ ଶିଶୁ ବିଦ୍ୟା ଭବନ ପରିସରେ ୨୮ ତମ ଜ୍ଞାନ ବିଜ୍ଞାନ ମେଳା-୨୦୨୪ ଅନୁଷ୍ଠିତ



ଭଞ୍ଜନଗର-- ବେଲଗୁଣ୍ଠା ସରସ୍ବତୀ ଶିଶୁ ବିଦ୍ୟା ଭବନ ପରିସର ରେ ୨୮ ତମ ଜ୍ଞାନ ବିଜ୍ଞାନ ମେଳା ମହାସମାରୋହରେ  ପାଳିତ ହୋଇଯାଇଛି। ଏହି ଜ୍ଞାନ ବିଜ୍ଞାନ ମେଳାକୁ ଉଦ୍ ଘାଟକ ଭାବେ ସ୍ଥାନୀୟ ତହସିଲଦାର ଶ୍ରୀ କଳାକୃଷ୍ଣ ପ୍ରଧାନ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରାରମ୍ଭ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ  ୨୦୦ ଜଣ ଛାତ୍ରଛାତ୍ରୀ ମାନେ  ବିଭିନ୍ନ ପ୍ରକାରର ପ୍ରକଳ୍ପ ଆଣି ଅଂଶ ଗ୍ରହଣ କରିଥିଲେ।୫ ଟି ବିଭାଗରେ ବିଭକ୍ତ କରାଯାଇଥିଲା।ବିଚାରପତି ଭାବେ ଜୁନିଅର ବିଜ୍ଞାନ ମହାବିଦ୍ୟାଳୟ ଶ୍ରୀ ପ୍ରଦ୍ୟୁମ୍ନ କୁମାର ସାହୁ, ଶ୍ରୀ ରଜତ କୁମାର ରାଉତ, ଜି.ଟି. ହାଇସ୍କୁଲ ସୁନାଖି ଦିଗାଲ, ଶ୍ରୀ ଅକ୍ଷୟ କୁମାର ଦାସ (ଶିକ୍ଷକ),ଦୀପକ ଜେନା,ସତ୍ୟ ନାରାୟଣ ସିଓ(ପୂର୍ବତନ ଗୁରୁଜୀ) ଆଦି ଉପସ୍ଥିତ ରହି ୫ ଟି ବିଭାଗର ପ୍ରକଳ୍ପ ଗୁଡ଼ିକ ମୂଲ୍ୟାୟନ କରିଥିଲେ। ମାଆ ମାନଙ୍କୁ ନେଇ ଏକ କର୍ମଶାଳା ରଖାଯାଇଥିଲା। ମାଆ ମାନେ ବିଭିନ୍ନ ପ୍ରକାରର ପିଠା,ମିଠା ଓ ବିଭିନ୍ନ ବର୍ଜ୍ୟ ବସ୍ତୁ ର ସଦୁପଯୋଗ ପାଇଁ ଉପକରଣ ପ୍ରସ୍ତୁତ କରିଆଣିଥିଲେ । ବିରତି ପରେ ପୁରସ୍କାର ବିତରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଭି. ଦେବୀ ପ୍ରସାଦ ପାତ୍ର (ସମାଜ ସେବୀ), ଶ୍ରୀ ଶୂଳପାଣି ଶତପଥି (ଅବସର ପ୍ରାପ୍ତ ବନବିଭାଗ କର୍ମଚାରୀ), ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମୃତ୍ୟୁଞ୍ଜୟ ରଥ, ଶ୍ରୀ ପ୍ରଶାନ୍ତ କୁମାର ସାହୁ (ପୂର୍ବତନ ଉପ ନଗରପାଳ),ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର, ବିଦ୍ୟାଳୟ ର ସମ୍ପାଦକ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଓଡ଼ିଶା ଟୁଡେ ନିଉସ୍ ସମ୍ପାଦକ ବବି ରଥ,ଶିବରାମ ଚୌଧୁରୀ , ଶ୍ରୀ ପଣ୍ଡା ଆଦି ଅତିଥି ମାନେ ମଞ୍ଚାସୀନ ଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୧୦/୨୦୨୪----୬,୪୦ Sakhigopal News,4/10/2024

Blog Archive

Popular Posts