Breaking News

ଗାଁ କୁ ଭଲ ରାସ୍ତା ନାହଁ, ବିଭିନ୍ନ ସମସ୍ୟା ରେ ଛନ୍ଦି ହୋଇଛି ଗ୍ରାମଟି; ପ୍ରଶାସନ ର ଦୃଷ୍ଟି ପଡୁନାହିଁ , ଶେଷରେ ଆନ୍ଦୋଳନ କୁ ଓହ୍ଲାଇବେ ଗ୍ରାମ ବାସୀ




ନୟାଗଡ ---;ଗ୍ରାମାଞ୍ଚଳ କୁ ଯାତାୟତ ପାଇଁ ସରକାର ପଞ୍ଚାୟତ୍ ଓ ବ୍ଲକ ମାଧ୍ୟମରେ ରାସ୍ତା ନିର୍ମାଣ କରୁ ଥିବାର ଡିଣ୍ଡିମ ପିଟୁଛନ୍ତି । ସ୍ବାଧୀନ ତାର ବହୁ ବର୍ଷ ପରେ ମଧ୍ୟ ଗାଁ କୁ ରାସ୍ତା ନାହଁ ।  ସରକାରୀ ଯୋଜନା କିଭଳି ଭାବରେ ଲୋକଙ୍କ ପାଖରେ ଭେଳିକି ହୋଇଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୁଗୁଡ଼ି ପଡ଼ା ପଞ୍ଚାୟତ ର ଆଦିବାସୀ ଗାଁ ଜାନି ସାହି ଅବସ୍ଥିତ । ଏହି ଗାଁ କୁ ଯିବା କୁ ହେଲେ ରାଇମଡା ଛକ ରୁ ଜାନିସାହି କୁ ଯିବା କୁ ହୁଏ । ଗାଁ ରେ ବାସ କରନ୍ତି ୫୦ରୁ ଉର୍ଦ୍ଧ୍ବ 
ପରିବାର । ଗାଁ ଟି ହେଉଛି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଏକ ନମ୍ବର ୱାର୍ଡ ।କିନ୍ତୁ ଭୋଟର ତାଲିକା ଦେଖିଲେ ୧୫୦ରୁ ଉର୍ଦ୍ଧ୍ ଭୋଟର। ହେଲେ ଗାଁ କୁ ରାସ୍ତା ଟିଏ ନିର୍ମାଣ ହୋଇ ନାହିଁ। ଅତି କର୍ଦଯ୍ୟ ପାଦ ଚଲା ରାସ୍ତାକୁ ଆପଣେଇ ନେଇଛନ୍ତି ଗ୍ରାମ ବାସୀ। କାହାର ସ୍ୱାସ୍ଥ୍ୟ ସମସ୍ୟା ହେଲେ ଦୋଳାରେ ଯାଇଥାଏ ।  ପାନୀୟ ଜଳ ସମସ୍ୟା ଯୋଗୁଁ ଲୋକ ମାନେ ରୋଗ ଗ୍ରସ୍ଥ ହେଉ ଛନ୍ତି। ଏହି ଗାଁ ଦିଗରେ ନାଁ ଦୃଷ୍ଟି ପଡୁଛି ପଞ୍ଚାୟତ ର ନାଁ ଦୃଷ୍ଟି ପଡୁଛି ବ୍ଲକର,। ଏହି ଗାଁରେ ଛୋଟ ଛୋଟ ଶିଶୁ  ଥିବା ବେଳେ ଗାଁରେ ନାହିଁ ଅଙ୍ଗନ୍ ବାଡ଼ି କେନ୍ଦ୍ର। ପ୍ରାୟ ଦୁଇ କିଲୋ ମିଟର ଉର୍ଦ୍ଧ୍ବ ଗଲେ ପିଲା କେନ୍ଦ୍ରକୁ ଯିବେ  ନଚେତ ନାହିଁ। ଗାଁରେ ଦିର୍ଘ୍ ୧୯୮୮ମସିହାରୁ ଏକ ବହୁ ପୁରୁଣା କୋଠ ଘର ଥିଲେ ମଧ୍ୟ ଭଗ୍ନ ଅବସ୍ଥାରେ ରହିଛି।  ଗାଁ କଲ୍ୟାଣ ଟଙ୍କା କଣ ଏ ମାନଙ୍କ ପାଖକୁ ଆସୁ ନାହିଁ। ଗାଁରେ ମୋବାଇଲ ନେଟ ୱର୍କ୍ ଆସୁ ନାହିଁ ତେବେ ବିଏସ୍ ଏନ୍ଏଲ୍ ଟାୱର ନିର୍ମାଣ ହୋଇଛି କିନ୍ତୁ କାର୍ଯ୍ୟ କ୍ଷମ ନ ହୋଇ ପଡି ରହିଛି। ଗାଁରେ ପନ୍ଦର ବର୍ଷର ଏକ ପୋଖରି ଅଛି କିନ୍ତୁ ଏହାର ପୁନଃ ଉଦ୍ଧାର ନ ହୋଈ ପୋତି ହୋଇପଡିଲାନି। ଚାଷୀଙ୍କ ଜମି ରେ ଜଳସେଚନ ପାଇଁ ମୁର୍ତିକା ଶଂରକ୍ଷଣ ବିଭାଗ ପକ୍ଷରୁ  ବାରନାଳିଆ ବନ୍ଧ ରୁ ଆଡ଼ି ବନ୍ଧ ଦିର୍ଘ୍ ବର୍ଷ ଧରି ନିର୍ମାଣ ହୋଇ ଥିଲେ ମଧ୍ୟ ଏହା କାର୍ଯ୍ୟ କାରି ହେଉନାହି । ସମସ୍ୟା ଦିଗରେ ଗ୍ରାମ ବାସୀଙ୍କ ଅଭି ଯୋଗ ପରେ ମଧ୍ୟ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଯୋଗୁ ଆନ୍ଦୋଳାମତ୍କ୍ତ ପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି   ଗ୍ରାମବାସୀ ।  ସୁଦର୍ ଜାନି, ବିରଞ୍ଚି ଜାନି, କୁବେର ଜାନି, ମୁରଲୀ ଧର ଜାନି, ଦୈତାରି ଜାନି, ଗିରିଧାରୀ ଜାନି, ପୀତବାସ ନାଏକ, ଶୁକୁ ମାରୀନାଏକ,, କୁନା ଜାନି, ସମୀର ଜାନି, ନରେନ୍ଦ୍ର ଜାନି, ବିରଞ୍ଚି ଜାନି, ନିରଞ୍ଜନ ଜାନି, ବିମ୍ବାଧର ଜାନି, କୁତାର୍ଥ ଜାନି, ଏହି ଭଳି ବହୁ ଗ୍ରାମ ବାସି କହି ଛନ୍ତି। ଏହି  ଗ୍ରାମର ସମସ୍ୟା ସମ୍ପର୍କରେ ଭାରତୀୟ  ବିକାଶ ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣି ଗ୍ରାହି ମଧ୍ୟ ଜନ ସ୍ୱାର୍ଥ ମାମଲା ରୁଜୁ କରିଥିବା ଜଣାପଡିଛି।
ନୟାଗଡ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୫/୯/୨୦୨୪----୧୨,୪୫ Sakhigopal News,5/9/2024

Blog Archive

Popular Posts