ହାନା ଟାଇକୋଣ୍ଡା ଏକାଡେମୀର ଚାରିଜଣ କ୍ରୀଡାବିତ ଜାତୀୟ ସ୍ତରରେ ଖେଳିବା ପାଇଁ ମନୋନୀତ
ସାକ୍ଷୀଗୋପାଳ,--- କଟକ ଯବାହାର ଲାଲ ନେହେୁର ଇଣ୍ଡୋର ଷ୍ଟାଡିଅମ ଠାରେ ଓଡିଶା ଟାଇକୋଣ୍ଡା ସଂଘ ପକ୍ଷରୁ ତିନି ଦିନ ଧରି ରାଜ୍ୟସ୍ତରୀୟ କିରୋଗୀ ଓ ପୁମସେ ଟାଇକୋଣ୍ଡା ପ୍ରତିଯୋଗିତା ଅନଷ୍ଠିତ ହୋଇଯାଇଛି । ଏଥିରେ ସାକ୍ଷୀଗୋପାଳ ସ୍ଥିତ ହାନା ଟାଇକୋଣ୍ଡା ଏକାଡେମୀ ର ୧୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୬ଜଣ କ୍ରୀଡାବିତ ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ୪ଜଣ ରୌପ୍ୟ ଓ ୨ଜଣ କାଁସ୍ୟ ପଦକ ପାଇବାରେ ସଫଳତା ପାଇଥିଲେ । ସେମାନଙ୍କ ମଧ୍ୟରୁ ଜାତୀୟ ସ୍ତରରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ୧୮ ଗୋଟି ଜିଲ୍ଲାରୁ ପ୍ରାୟ ୮ଶହ ପ୍ରତିଯୋଗୀ ଭାଗ ନେଇଥିଲେ । ୨୮ ଜଣ ଜାତୀୟ ରେଫରୀ ଖେଳ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସ୍ୱରାଜ, ଓଡିଶା ଅଲମ୍ପିକ ସଘଂର ସାଧାରଣ ସମ୍ପାଦକ ଅଭିଜିତ ପାଲ ଅତିଥି ଭାବେ ଯୋଗ ଦେଇ ସଫଳତା ହାସଲ କରିଥିବା କ୍ରୀଡାବିତ ମାନଙ୍କ ପଦକ ପ୍ରଦନା କରିଥିଲେ । ସାକ୍ଷୀଗୋପାଳ ହାନା ଟାଇକୋଣ୍ଡା ଏକାଡେମୀର କୋଚ ଦୀପକ କୁମାର ପ୍ରଧାନଙ୍କୁ ରାଜ୍ୟ ସଂଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଶୁଭେଚ୍ଛା ଜଣାଇଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୯/୨୦୨୪----୭,୨୦ Sakhigopal News, 3/9/2024