Breaking News

ଲଘୁଚାପ ଜନିତ ବର୍ଷାରେ ସାକ୍ଷୀଗୋପାଳ ବଜାର ପାଣିରେ ଉବୁଟୁବୁ ; ବିଭାଗୀୟ ଅପେକ୍ଷା କରିଛି ରେଳୱେ ଓଭରବିଜ୍ରକୁ

In light rains, the market of Sakthigopal will be flooded; The department is waiting for the railway crossing


ସାକ୍ଷୀଗୋପାଳ-----ଜାତୀୟ ରାଜପଥ ୩୧୬ନଂ ରୁ ସାକ୍ଷୀଗୋପାଳ ମନ୍ଦିରର ମୁଖ୍ୟ ରାସ୍ତା ଏବେ ବିଭାଗୀୟ ଅଧିକାରୀଙ୍କ ଅପରାଗତ ଯୋଗୁ ଲଘୁଚାପ ଜନିତ ବର୍ଷାଯୋଗୁ ପାଣି ରେ ଉବୁଟୁବୁ । ଏପରିକି କିଛି ସମୟ ପାଇଁ ଗାଡି ମଟର ଯିବା ଆସିବା ବନ୍ଦ ହୋଇଯାଉଛି । ଏହାର ମୁଖ୍ୟ କାରଣ ହେଉଛି ବର୍ଷାଜଳ ନିଷ୍କାସନର ବାଟ ନାହିଁ । ସୁଚନାଯୋଗ୍ୟଯେ ଜାତୀୟ ରାଜପଥ ର ସାକ୍ଷୀଗୋପାଳ ବଜାର ବା ମନ୍ଦିରକୁ ପ୍ରବେଶ ପଥରେ ପାଣି ଠିଆ ହୋଇ ରହୁଛି । ଯାହାକି ପୂର୍ତ୍ତ ବିଭାଗ ପକ୍ଷରୁ ସେଠାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପାଣି ନିଷ୍କାସନର ବାଟ କରାଯାଇଥିଲା । ତାହା ସଠିକ କାମ ନ କରିବାରୁ ଏବେ ସେହିପରି ରାସ୍ତାରେ ବର୍ଷା ପାଣି ଲହଡି ମାରୁଛି । ସେହିପରି ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟି କାର୍ଯ୍ୟାଳୟ ଠାରୁ ବଡହାଟ ମାଇନର କେନାଲ ପର୍ଯ୍ୟନ୍ତ ରାସ୍ତାରେ ପାଣି ଜମା ହୋଇ ରହଛି । ସବୁଠାରୁ ବଡ ଅସୁବିଧା ହେଉଛି ସାକ୍ଷୀଗୋପାଳ ବଡବଜାରରେ ପ୍ରାୟ ୫ଶହ ମିଟର ରାସ୍ତାରେ ବର୍ଷାହେଲେ ଦୁଇ ଫୁଟ ଉଚ୍ଚରେ ପାଣି ଲହଡି ମାରୁଛି । ରାସ୍ତାର ଉଭୟ ପାଶ୍ୱରେ ଥିବା ଦେକାନୀ ମାନେ ବାରମ୍ବାର ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଓ ବିଧାୟକଙ୍କ ନଜରକୁ ଆଣିଥିଲେ ମଧ୍ କୌଣସି ସୁଫଳ ମିଳିଲାନାହିଁ । ବାଧ୍ୟ ହୋଇ ଦେକାନୀ ମାନେ ନିଜ ଦେକାନ ଆଗକୁ ଉଚ୍ଚ କରି ଦେଲେ । ଯାହା ଫଳରେକି ପାଣି ନିଷ୍କାସନ ସମ୍ପୁର୍ଣ୍ଣ ଠପ ହୋଇଗଲା । ପାଣି ଯୋଗୁ ଅନେକ ସମୟରେ ପାଟିତୁଣ୍ଡ ସହିତ ଦୁର୍ଘଟଣା ମାନ ଘଟୁଛି । ବିଭାଗୀୟ ଅଧିକାରୀ ରେଳୱ ଓଭରବ୍ରିଜ ହେଲେ ପାଣି ନିଷ୍କାସନର କୌଣସି ବାଟ ବାହାରିବ ବୋଲି ଆଶା କରି ବସି ରହିଛି । ଅନ୍ୟ ପକ୍ଷେ ସାକ୍ଷୀଗୋପାଳ ରେଳୱେ ଓଭରବ୍ରିଜ ପଦ୍ମ ଦିନକୁ ଦିନ ଘୁଞ୍ଚି ଘୁଞ୍ଚି ଯାଉଛି ବୋଲି ବ୍ୟବସାୟୀ ମାନେ କହନ୍ତି । ତୁରନ୍ତ ୫ଟି ସଚ୍ଚିବ ଓ ଜିଲ୍ଲାପାଳ ନଜର ଦେବାକୁ ଦାବି ହେଉଛି । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୮/୨୦୨୨---- ୬,୦୫    Sakhigopal News , 6/8/2022

Blog Archive

Popular Posts