ଲୋକଙ୍କ ବିକାଶ କରିବା ବ୍ଲକ ପ୍ରଶାସନର ଏକ ମାତ୍ର ଲକ୍ଷ-ବିଡ଼ିଓ
Development of people is just one lakh video of block administration
ବଲାଙ୍ଗିର/ସାଇତଲା:ସ୍ୱାର୍ଥପର ଦୁନିଆରେ କିଏ ଅବା କାହାର ଆଜିର ଦୁନିଆର କଥା ପଡେ ତାହେଲେ କାହା ପାଖରେ ଅଛି କିଛି ସମୟ ନା ଅନ୍ୟମାନଙ୍କ ସାହାଯ୍ୟ କରିବାକୁ ଅଛି ଉଦାର ହୃଦୟ । ହେଲେ ଆଜି ବି ମାନବିକତା ଓ ଉଦାର ହୃଦୟ କୁ ବଞ୍ଚେଇ ରଖିଛନ୍ତି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ। ଦୀର୍ଘ ୮ ମାସ ହେବ ବ୍ଲକ୍ରେ ଯୋଗଦେବା ପରେ ସେ ଅନେକ ପରିବର୍ତ୍ତନ କରିବା ସହ ବ୍ଲକ୍ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିଛନ୍ତି। ପରିବେଶ ପ୍ରତି ସ୍ୱଚ୍ଛତା ଆଣିବା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି।ସୂଚନା ଅନୁସାରେ ଶ୍ରୀଯୁକ୍ତ ନାଗ ଆଗରୁ ଶିକ୍ଷକ ଥିବା ବେଳେ ଅନେକ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ମଧ୍ୟ ଗଢିଛନ୍ତି । ପରେ ଓଡିଶା ପ୍ରଶାସନିକ ସେବାରେ ଯୋଗଦେଇ ଗୁଡ଼ଭେଳା ବ୍ଲକରେ ତହସିଲଦାର ଭାବେ ଯୋଗ ଦେଇଥିଲେ । ପରେ ଶ୍ରୀ ନାଗ ସଇଁତଲା ବ୍ଲକରେ ବିଡିଓ ଭାବେ ଯୋଗଦେଇ ଅନେକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା ମଧ୍ୟ କରି ସଫଳତା ହାସଲ କରିଛନ୍ତି।
ଦୀର୍ଘ ଆଠ ନଅ ମାସ ହେବ ସଇଁନ୍ତଲା ବ୍ଲକ୍ରେ ବିଡିଓ ଭାବେ ଯୋଗଦେଇ ଲୋକଙ୍କ ଦୁଃଖ ସୁଖରେ ସାହାଯ୍ୟ କରିଛନ୍ତି । ପ୍ରତ୍ୟେକ ସୋମବାର ଦିନ ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କରେ ସମାଧାନ କରିବା ପାଇଁ ଜନ ଶୁଣାଣି ଅଭିଯୋଗ ଶିବିର ଆୟୋଜନ କରିଛନ୍ତି ବିଡିଓ । ବ୍ଲକ ପ୍ରଶାସନ ଦ୍ଵାରା ଯେତିକି ସମ୍ଭବ ହେବ ତାହା ସବୁ ସମାଧାନ କରି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଥିବା ବିଡ଼ିଓ ଜଣାପଡିଛି। ତାଙ୍କର କାର୍ଯ୍ୟକଳାପକୁ ନେଇ ବିଭିନ୍ନ ମହଲରେ ବେଶ ପ୍ରଶଂସାର ପାତ୍ର ସାଜିଛନ୍ତି। ବ୍ଲକ୍ ଛକ ଠାରୁ ଡାକ୍ତରଖାନା ପର୍ଯ୍ୟନ୍ତ ଭଲ ରାସ୍ତା ଖଣ୍ଡିଏ ନଥିଲା କିନ୍ତୁ ଏହି ବିଡିଓ କାର୍ଯ୍ୟରେ ଯୋଗଦେବା ପରେ ତତ୍ପରତା ସହ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି।ବ୍ଲକ୍ର ଯେକୌଣସି ଅଞ୍ଚଳରେ ପାଣିର ସମସ୍ୟା ଦେଖା ଦେଇଥିଲେ ସାଙ୍ଗେ ସାଙ୍ଗେ ସମାଧାନ କରିଥାନ୍ତି । ଲୋକଙ୍କ ମଧ୍ୟରେ ଅନେକ ଖୁସି ଓ ପ୍ରସଂଶା ମଧ୍ୟ କରିଥାନ୍ତି। ବ୍ଲକ୍ ପରିସରରେ ଆଗରୁ ସ୍ୱଚ୍ଛତା ଦିଗରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନ ଥିଲା, ହେଲେ କିଛି ମାସ ମଧ୍ୟରେ ବ୍ଲକ୍ କାର୍ଯ୍ୟାଳୟକୁ ପରିବର୍ତ୍ତନ କରିବା ସହ ବ୍ଲକ୍ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ପାଇଁ ବିଶ୍ରାମଗାର, ପାଇଖାନା, ପିଇବାପାଣିର ବ୍ୟବସ୍ଥା ଭଳି ଅନେକ ସମସ୍ୟା ଦୂର କରିଛନ୍ତି ବିଡ଼ିଓ। ବ୍ଲକ୍ ପରିସରଟି ବେଶ୍ ଚକାଚକ ଦେଖାଯାଉ ଥିବା ବେଳେ ରଙ୍ଗୀନ ରଙ୍ଗୀନ ଗଛ ଲଗାଯାଇଛି । ବିକାଶ ଓ ଗରୀବ ନିରୀହ ଲୋକଙ୍କ ସେବା ସହଯୋଗ ଏକମାତ୍ର ବ୍ଲକ ପ୍ରଶାସନର ଲକ୍ଷ ବୋଲି ବିଡ଼ିଓ ଶ୍ରୀ ନାଗ ପ୍ରକାଶ କରିଛନ୍ତି।
ବଲାଙ୍ଗୀର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୬/୮/୨୦୨୨---୮,୧୦ Sakhigopal News,6/8/2022