Breaking News

ଡେଲାଙ୍ଗରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ



 ଡେଲାଙ୍ଗ ----- ଡେଲାଙ୍ଗ ପଞ୍ଚାୟତ ସମିତି ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘ ପକ୍ଷରୁ ଆୟୋଜନ କରାଯାଇଥିଲା । ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ମହିଳା ଦିବସରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟିକା ସ୍ନେହାଙ୍ଗୀନି ଛୁରିଆ ଯୋଗ ଦେଇ ମହିଳା ମାନଙ୍କର ଉନ୍ନତି ଓ ସ୍ୱାବଲମ୍ଭୀ କରିବାରେ ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି ଆମର ପିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ବର୍ଷର ମହିଳା ଦିବସରେ ବାର୍ତ୍ତା ରହିଛି ଆହ୍ୱନକୁ ଗ୍ରହଣ କରିବା । ନାରୀ କେବେ ହାରିନାହିଁ ବା ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ନାରୀ କେବେ ପଛଘୁଞ୍ଚା ଦେଇନାହିଁ  ବୋଲି କହିଥିଲେ । ସେହିପରି ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ନାରୀ ଜାତିର ଉନ୍ନତି ଓ ନାରୀ ମାନଙ୍କ ପାଇଁ ସବୁ ସମୟରେ ଚିନ୍ତିତ ରହିଛନ୍ତି । ସେମାନଙ୍କର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି । ଏପରିକି ମିଶନ ଶକ୍ତି ନାମରେ ସ୍ୱତନ୍ତ ଏକ ବିଭାଚୁ କ୍ୟାବିନେଟରେ ମଞ୍ଜୁର କରି ନାରୀ ମାନଙ୍କ ଉନ୍ନତିର ପରିଚୟ ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ପଞ୍ଚାୟତ ରାଜରେ ୫୦ ଭାଗ ଆସନ ସେମାନଙ୍କ ପାଇଁ ସଂରକ୍ଷିତ କରି ଏକ ଇତିହାସ ସୃଷ୍ଟି କରିଛନ୍ତି । କେନ୍ଦ୍ର ସରକାର ଯେଉଁ ପର୍ଯ୍ୟନ୍ତ ମହିଳା ବିଲ ପାସ କରିନାହାନ୍ତି ସେ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବାକୁ ମହିଳା ମାନଙ୍କୁ ଆହ୍ୱନ ଦେଇଛନ୍ତି । ଅନ୍ୟତମ ଅତିଥି ଭାବେ ରାଜ୍ୟ ବିଜେଡି ଦଳର ସମ୍ପାଦକ କୁନା ବିହାରୀ ଦାଶ, ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା, ବିଡିଓ  ଦିଲ୍ଲୀପ କୁମାର ଷଡଙ୍ଗୀ, ତହସିଲଦାର ମହେନ୍ଦ୍ର କୁମାର ବଡେଇ, ଡେଲାଙ୍ଗ ମେଡିକାଲ ଅଧିକାରୀ ସନ୍ତୋଷ କୁମାର ତ୍ରିପାଠୀ , ଜିଲ୍ଲା ପରିଷଦ ସଭ୍ୟ ମଳୟ କୁମାର ମହାନ୍ତି, ଦେବାଶିଷ ନନ୍ଦ, ପୁଷ୍ପାଞ୍ଜଳି ସାସମଲ, ମିଶନ ଶକ୍ତି ମହିଳା ମହାସଂଘର ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ, ବ୍ଳକ ଉପାଧ୍ୟକ୍ଷା ସ୍ୱପ୍ନା ବଳବନ୍ତରାୟ, ସତ୍ୟବାଦୀ ବ୍ଳକ ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସମ୍ବାଦିକ, ସରପଞ୍ଚ, ସମିତ ିସଭ୍ୟସଭ୍ୟା, ଜିଲ୍ଲା ପରିଷଦ ସଭ୍ୟସଭ୍ୟା, ମହିଳା ମହାସଂଘ ସହିତ ଅଙ୍ଗନୱାଡି କର୍ମୀ, ଆଶାଦିଦି ପ୍ରମୁଖଙ୍କୁ ମାନପତ୍ର, ଉପଢ଼ୌକନ ଓ ଫୁଲତୋଡା ଦେଇ ଯୋଗ ଦେଇଥିବା ଅତିଥି ମାନେ ସମ୍ମାନିତ କରିଥିଲେ । ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଦୁଇ ହଜାରରୁ ଅଧିକ ମହିଳା ମାନେ ଯୋଗ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୯/୩/୨୦୨୧---୬,୦୦

Blog Archive

Popular Posts