କର୍ମଚାରୀଙ୍କ ସମୁଖରେ ଅଭିଯୋଗ କାରୀଙ୍କୁ ଧମକ ; ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ଥ
ଜଟଣୀ------ ଜଟଣୀଥାନା ଅନ୍ତର୍ଗତ ପଦନପୁର ଗ୍ରାମରେ ରାସ୍ତା,ନାଳ,ପାନୀୟଜଳ ଇତ୍ୟାଦି ସମସ୍ୟାକୁ ନେଇ ଗ୍ରାମର ରତନ କୁମାର ମହାନ୍ତି ଜଟଣୀ ବ୍ଲକରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ଗତ ଜାନୁୟାରୀମାସ ୨୦ତାରିଖରେ ଜଟଣୀ ବିଡିଓ,କନିଷ୍ଠଯନ୍ତ୍ରୀ,ଆରଡବ୍ଲୁଏସଏସ ଯନ୍ତ୍ରୀ ପ୍ରଭୃତି ପଦନପୁର ଗ୍ରାମକୁ କାର୍ଯ୍ୟତଦାରଖ କରିବାକୁ ଯାଇଥିଲେ । ମାତ୍ର ଏହି ସମୟରେ ଗ୍ରାମର ରବି ନାରାୟଣ ଦାଶ ଓ ସୂର୍ଯ୍ୟ ନାରାୟଣ ଦାଶ ରତନଙ୍କୁ ଏଥିରେ ହସ୍ତକ୍ଷେପ ନକରିବାକୁ ତାଗିଦ କରିଥିଲେ । ରତନଙ୍କ ଅଭିଯୋଗକ୍ରମେ ଏହି କାର୍ଯ୍ୟର ତଦାରଖ କରାଯାଉଥିବା ବେଳେ କାହାର କୈାଣସି ତାଗିଦ ଶୁଣିବେ ନାହିଁ ବୋଲି ରତନ କହିବାରୁ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ଜିବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ରତନ ଜଟଣୀଥାନାରେ ଜାନୁୟାରୀ ମାସ ୨୧ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ଅଭିଯୋଗ ହେବାର ୨୦ଦିନ ମଧ୍ୟରେ ତଦନ୍ତଧିକାରୀ ଜଟଣୀଥାନା ଏସଆଇ ପ୍ରଶନ୍ନ କୁମାର ନାୟକ ଓ ଆଇଆଇସି ବିଶ୍ୱରଂଜନ ସାହୁଙ୍କୁ ଭେଟି ଅଭିଯୋଗ ସମନ୍ଧରେ ପଚାରିଥିଲେ । ମାତ୍ର ଏହି ଘଟଣା ତଦନ୍ତପରିସରରେ ରହିଛି ବୋଲି କହି ଛାଡିଦେଇଥିବା ରତନ କହିଛନ୍ତି । ମାତ୍ର ରତନ ଗ୍ରାମରେ ସୁରକ୍ଷୀତ ନଥିବା ଦର୍ଶାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ରତନ କହିଛନ୍ତି । ତେବେ ଘଟଣା ଘଟିବାର ୨୦ଦିନ ବିତିଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ତ ଦୁରର କଥା, ତଦନ୍ତଧିକାରୀ ଅଫିସର ଘଟଣାସ୍ଥଳକୁ ଯାଇନାହାନ୍ତି । ତେଣୁ ବାଧ୍ୟ ହୋଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ନ୍ୟାୟପାଇବା ଲାଗି ସୋମବାର ଜଟଣୀ ଜେଏମଏଫସି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ରତନ । ତେବେ ଏନେଇ ତଦନ୍ତଧିକାରୀ ଅଫିସର ଜଟଣୀଥାନା ଏସଆଇ ପ୍ରଶନ୍ନ କୁମାର ନାୟକଙ୍କୁ ପଚାରିବାରେ ସେ କହନ୍ତି ଏହି ଘଟଣା ଥାନାରେ ଅଭିଯୋଗ ହୋଇଥିଲା । ପ୍ରାଥମିକ ତଦନ୍ତପରେ ଏହା ଏକ ସାମାନ୍ୟ ଘଟଣାବୋଲି ସୁଚନା ମିଳିଛି । ଅନ୍ୟପକ୍ଷରେ ଏତଲାକାରୀ ଓ ଅପରପକ୍ଷଙ୍କ ମଧ୍ୟରେ ବୁଝାମଣା ହେବ ବୋଲି କହିଥିଲେ । ଏଠାରେ ପ୍ରଶ୍ନଉଠୁଛି ଯେ, ଜିବନକୁ ବିପଦଥିବା ଲିଖିତ ଏତଲାରେ ଦର୍ଶାଇଥିଲେ ସୁଧା ପୁଲିସ କେଉଁ କାରଣରୁ ୨୦ଦିନ ମଧ୍ୟରେ କୈାଣସି ପଦକ୍ଷେପ ନେଇନାହିଁ । ଯଦି ଏତଲାକାରୀଙ୍କୁ ଅଭିଯୁକ୍ତ ଜିବନରୁ ମାରିଦିଏ ତେବେ ଏଥିଲାଗି କିଏ ଦାୟୀ ରହିବ ବୋଲି ପ୍ରଶ୍ନ ହୋଇଛି । ପୁଲିସ ଘଟଣାସ୍ଥଳକୁ ନଯାଇ ଥାନାରେ ବସି ତଦନ୍ତକରି ସମସ୍ତ ଘଟଣାର ତଥ୍ର ସଂଗ୍ରହ କରୁଥିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଟଣୀରୁ ରଙ୍ଗନାଥ ବେହେରା, ୧୦/୨/୨୦୨୧----୧୦,୨୦