ଶୁଶିଳାଦେବୀ ପ୍ରଗତି ବିଦ୍ୟାପୀଠ ପ୍ରତିଷ୍ଠାତାଙ୍କର ପରଲୋକ
ଜଟଣୀ---- ଜଟଣୀ ବାଛରାପାଟଣାସ୍ଥିତ ଶୁଶିଳାଦେବୀ ପ୍ରଗତି ବିଦ୍ୟାପୀଠର ପ୍ରତିଷ୍ଠାତା ଦିବାକର ଦାସଙ୍କ ବିୟୋଗରେ ଏକ ଶୋକସଭା ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ସମାଜସେବି ଦିବାକର ଦାସ ଜଟଣୀର ସର୍ବପୁରାତନ ବିଦ୍ୟାଳୟ ଶୁଶିଳାଦେବୀ ପ୍ରଗତି ବିଦ୍ୟାପିଠର ପ୍ରତିଷ୍ଠାତା ଥିବା ବେଳେ ଅନେକ ବିଦ୍ୟାଳୟ,ମନ୍ଦିର ଓ ଅନ୍ୟାନ୍ୟ ସମୁହ ଜନକଲ୍ୟାଣ ସେବ ।ସଂଗଠିତ କାର୍ଯ୍ୟକରି ପ୍ରସଂଶନିୟ ହୋଇଥିଲେ । ଏଥି ସହିତ କଟକ ପ୍ରସିଦ୍ଧ ସୁଦାମଧୂଳିଗୁଣ୍ଡିର ମାଲିକ ମଧ୍ୟ ରହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ଖଟେଇ,ପ୍ରଧାନଶିକ୍ଷକ ଉଗ୍ରେସନ ରଣସିଂହ, ଶିକ୍ଷକ ଅମ୍ବିକା ପ୍ରସାଦ ପଟ୍ଟନାୟକ,,ନିବେଦିତା ସାସମଲ୍ଲ,ଗୋବିନ୍ଦ ଚନ୍ଦ୍ର ନାୟକ, ଯଲିଶ୍ରୀ ଟୁଡୁ, ରାଜୁଂଲତା ମହାରଣା,ବବିତା ବ୍ରହ୍ମା ଓ ଶାନ୍ତନା ପ୍ରଧାନ ପ୍ରମୁଖଙ୍କ ସହିତ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଶୋକସଭାର ଆୟୋଜନ ହୋଇଥିଲା ।
ଜଟଣୀରୁ ରଙ୍ଗନାଥ ବେହେରା, ୧୦/୨/୨୦୨୧----୧୦,୧୫