କରୋନା ଯୋଗୁ ଗୁରୁ ଦିବସ ଫିକା ପଡିଲା
ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକର ସରକାରୀ , ବେସରକାରୀ ବିଦ୍ୟାଳୟ ମାନଙ୍କରେ ଗୁରୁଦିବସ ପାଳିତ ହୋଇପାରିଲା ନାହିଁ । ପ୍ରତିବର୍ଷ ସେପ୍ଟେମ୍ବର ମାସ ୫ ତାରିଖକୁ ଗୁରୁଦିବସ ଭାବରେ ପାଳନ କରାଯାଇ ଥାଏ । ଏହି ଦିନରେ ସର୍ବ ପଲ୍ଲି ରାଧାକୃର୍ଷ୍ଣନଙ୍କ ଜନ୍ମ ଦିବସ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଓ କୋଚଂସେଣ୍ଟର, ଟିଉସନ ଗୁଡିକରେ ପିଲା ମାନେ ହାତରେ ଫୁଲ, ମିଠା, ସାରଙ୍କ ପାଇଁ ଦାମିକିଆ ପେନ ଉପହାର ଭାବେ ଦେଇଥାନ୍ତି । ମାତ୍ର ରାଜ୍ୟରେ ମହାମାରୀ କରୋନା ଯୋଗୁ ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକ ବନ୍ଦ ରହିଛି । ମାତ୍ର କେତେକ ଶିକ୍ଷକ ମାନେ ଲୁଚା ଛପା ଭାବେ ଶିକ୍ଷା ଅନୁଷ୍ଠାନ ଗୁଡିକ ଖୋଲିଛନ୍ତି । ସେହିପରି ଟିଉସନ ମଧ୍ୟ ଘରେ କରୁଛନ୍ତି । ନାମକୁ ମାତ୍ର ସତ୍ୟବାଦୀରେ ଗୁରୁ ଦିବସ ପାଳିତ ହୋଇଛି । ସରକାରୀ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଗୁରୁଦବିସ ପାଳିତ ହୋଇନାହିଁ । କୋଭିଡ-୧୯ ଆଇନ ଅନୁଯାୟୀ ଗୁରୁ ଦିବସ ଫିକା ପଡିଛି ବୋଲି ବୁଦ୍ଧିଜିବୀ ମାନେ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି