Breaking News

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ଯୁବ ସାମାଜିକ ସଂଗଠନ...



ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ଅତାବିରା ଯୁବ ସାମାଜିକ ସଂଗଠନ ପକ୍ଷରୁ ଅତାବିରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ଦ୍ବୀପ ଉତ୍ସବକୁ ପ୍ରଜ୍ବଳନ କରାଯାଇଥିଲା । ପରେ ସଂଘ ର ସଭାପତି ଅଶ୍ୱିନୀ ବିଶ୍ୱାଳଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ  ଆରମ୍ଭ ହୋଇଥିଲା। ସଂଘର ସଂପାଦକ କ୍ଷୀରୋଜ ନାଏକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କୋଷାଧ୍ୟକ୍ଷ ବିଜୟ ପ୍ରଧାନ ଓ ଶିକ୍ଷକ ଅଜିତ ସାହୁ ମଞ୍ଚ ପରିଚାଳନା କରିବା ସହ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ। ଆଜିର ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ଅତାବିରା ଏନଏସି ଅଧ୍ୟକ୍ଷା ଦୀପାଞ୍ଜଳି ଭରାସାଗର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଉପାଧ୍ୟକ୍ଷା ଜ୍ୟୋତିର୍ମୟୀ ଦାଶ ଓ ବରିଷ୍ଠ ଆଇନଜୀବୀ ତଥା ସଂଘର ପରାମର୍ଶ ଦାତା ବିରେନ୍ଦ୍ର ବାଙ୍କା ସମ୍ବାନୀତ ଅତିଥିଭାବେ ଯୋଗ ଦେଇଥିଲେ। ସେହିପରି ବରିଷ୍ଠ ସାମ୍ବାଦିକ ଭୀଷ୍ମଦେଵ ପଣ୍ଡା ମୁଖ୍ୟ ବକ୍ତା ଭାବେ ମଞ୍ଚସିନ ଥିଲେ।ଏହି କାର୍ଯ୍ୟ କ୍ରମରେ ଯୁବପିଢ଼ି ମାନେ ଆଗକୁ ଆସି ସମାଜର ଚିନ୍ତନକୁ ନେଇ କରୋନା ମହାମାରୀ ରେ ବିଭିନ୍ନ ଆଶା କର୍ମୀ,ଅଙ୍ଗନବାଡି,ସ୍ବଛ ସାଥି,ପୋଲିସ ବାହିନୀ ତଥା ଆଗ ଧାଡିରେ ନିୟୋଜିତ ଥିବା ଝାଡୁଦାର ସୁଇପର ମାନେ ସାହାସିକତା ଭାବେ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ କାର୍ଯ୍ୟ ତୁଲାଉଛନ୍ତି । ପରେ ପରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସେହିପରି ଅତାବିରା ସାମ୍ବାଦିକ ନବୀନ ଦାଶ, ଆକାଶ ମିଶ୍ର, କ୍ଷୀରୋଜ ନାଏକ,ମନୀଷ ଶର୍ମା, କୀର୍ତ୍ତନ ବିଶ୍ୱାଳ,ଦୀପକ ବ୍ରମହ ଭଟ୍ଟ,ଏମ୍ ଡି ଜାବେଦ ପ୍ରମୁଖଙ୍କୁ କରୋନା ର ମୁକାବିଲାରେ କିପରି ଭାବେ ଲୋକେ ସତର୍କତା ଅବଲମ୍ବନ କରି ବଞ୍ଚି ପାରିବେ,ମାସ୍କ ପିନ୍ଦି ତଥା ସହର ଠୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଖବର ପହଞ୍ଚାଇ ମୁଖ୍ୟ ଭୂମିକା ତୁଲାଉ ଥିବାରୁ ତାଙ୍କୁ ମଧ୍ୟ ସଂଘ ପକ୍ଷରୁ କୃତଜ୍ଞତା ଜଣାଇବା ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଏଥିରେ ସଂଘର ଉପସଭାପତି ରୀଙ୍କୁ ଜଗଦ୍ଧଲ୍ଲା,କୋଷାଧ୍ୟକ୍ଷ ବିଜୟ ପ୍ରଧାନ,ପଚାର ପ୍ରସାର ରେ ବିନୟ ଦାଶ,ଜିତେନ ପ୍ରଧାନ,ଜ୍ଞାନେଶ ପ୍ରଧାନ,ଋଷିକାନ୍ତ ପ୍ରଧାନ,ଶିବଶଙ୍କର ତ୍ରିପାଠୀ,ସହ ସଂପାଦକ ରବି ପ୍ରସାଦ ଗୁପ୍ତା,ନେପାଳ ପ୍ରଧାନ,ସୁମିତ ସାହୁ,ଅମନ ମାହାତୋ,ଆଶୁତୋଷ ବିଶ୍ୱାଳ,ଅମିତ ଗୁପ୍ତା ସକ୍ରିୟ ଭାବେ ସହଯୋଗ କରିଥିଲେ ।  ସ୍ଵାଧୀନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍.....

Blog Archive

Popular Posts