Breaking News

ଡେଲାଙ୍ଗ ଥାନା ଆଗରେ ୧୯ ଘଣ୍ଟା ପରେ ମାଛପଡା ଗ୍ରାମର ପୁରୁଷ ମହିଳା ଧାରଣାରୁ ହଟିଲେ


ଡେଲାଙ୍ଗ ----- ଡେଲାଙ୍ଗ ଥାନା ଆଗରେ ଶୀତ କାକରରେ ନିଜର ସୁରକ୍ଷିତ ଓ ନ୍ୟାୟ ପାଇବା ପାଇଁ ୧୯ ଘଣ୍ଟା ଧାରଣା ଦେବାପରେ ଡେଲାଙ୍ଗ ିହସିଲଦାରଙ୍କ ହସ୍ତକ୍ଷେପ ପରେ ଧାରଣା ଉଠିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଉକ୍ତ ଗ୍ରାମରେ ୧୨.୧୨.୨୦୧୯ରେ ୧୬ଟି ପରିବାରର ୨୧ ବଖରା ଘରେ ଦୁବୁର୍ତ୍ତମାନେ ନିଆଁ ଲଗାଇ ଦେଇଥିଲେ  । ସେମୟରେ  ମିନା ସ୍ୱାଇଁ ଗ୍ରାମର କେତକ ଯୁବକଙ୍କ ନାମରେ ଅଭିଯୋଗ ଆଣିଥିଲେ  । ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିଲେ  । ସେ ସମୟରେ ଜଣେ କର୍ତ୍ତବ୍ୟରତ ଏସଆଇଙ୍କୁ ମାଡି ମାରିଥିବା ନେଇ ଗ୍ରାମବାସୀଙ୍କ ନାମରେ ପୋଲିସ ପକ୍ଷରୁ ଅଭିଯୋଗ ହୋଇଥିଲା  । ଗ୍ରାମବାସୀ ମାନଙ୍କୁ ପକ୍ଷରୁ ତୁରନ୍ତ ଗ୍ରାମବାସୀଙ୍କ ନାମରେ କରାଯାଇଥିବା ମିଥ୍ୟା କେସ ହଟାଇବା ସହ ଅଭିଯୁକ୍ତ ମାନଙ୍କୁ ଗରିଫ ଓଏସଆଇଙ୍କୁ ନିଳମ୍ବିତ କରିବା ଦାବୀରେ ଥାନା ଆଗରେ ପୁରୁଷ ମହିଳା ଥାନା ଆଗରେ ଧାରଣା ଦେଇଥିଲେ  । ଏପରିକି ଶୀତ ରାତିରେ ଚଦର ଘୋଡାଇ ହୋଇ ପଡି ରହିଥିଲେ  । ଆଜି ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରି ଓ ସମବାୟ ବିତ୍ତ ବୈରାଗୀ ଜେନା, ଗୁଆଳିପଡା ସରପଞ୍ଚ କାଳନ୍ଦୀ ଜେନା, ଗ୍ରାମବାସୀଙ୍କ ପକ୍ଷରୁ ବଟକୃଷ୍ଣ ସ୍ୱାଇଁ ପ୍ରମୁଖ ଏକ ଆଲେଚନା କରାଯାଇଥିଲା  । ଆସନ୍ତା ୧୧ ତାରିଖରେ ଗ୍ରାମର କୋଠଘରେ ଏକ ଆଲେଚନା କରାଯିବା ସହ ଶାନ୍ତି କମିଟି ଗଠନ କରାଯାଇ ସମସ୍ତ ବିସୟରେ ଆଲେଚନା କରାଯିବ ବୋଲି ନିସ୍ପତି ନିଆଯିବା ପରେ ୧୯ ଘଣ୍ଟା ଧାରଣାର ନାଟକର ଯବନିକା ପଡିଛି  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts