ଡକାୟତି ଯୋଜନା ପଣ୍ଡ , ୪ ଡ଼କାୟତ ଗିରଫ
ଜଟଣୀ----- ଏକ ଘରୋଇ ଇଂଜିନିୟରିଂ କଲେଜ ରାସ୍ତାରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଟଣୀ ପୋଲିସ ଚଢ଼ାଉ କରି ୪ ଜଣ ଡ଼କାୟତ ଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏବଂ ସେମାନଙ୍କ ଠାରୁ ବିଭିନ୍ନ ମରଣା ଅସ୍ତ୍ର ଜବତ କରିଛି । ଗିରଫ ଡ଼କାୟତ ମାନେ ହେଲେ ରଘୁନାଥ ନଗର ର ' ସତୀଶ କୁମାର ସୁବୁଦ୍ଧି , ବଡ଼ ନୂଆଗାଁ ର ଆଦିତୀୟ ବାରିକ ଓରଫ ଗୁନା , କିଶୋର ମହାପାତ୍ର ଓରଫ ଚଗଲି , ବିକାଶ ନଗର ର ' ହୀରଣ୍ୟ କୁମାର ବେହେରା ଓରଫ ଗୁଡୁ । ପୂର୍ବରୁ ଏମାନଙ୍କ ନାମରେ ଜଟଣୀ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି ।