ସାକ୍ଷୀଗୋପାଳରେ ଭାରତ ବନ୍ଦ ପ୍ରଭାବ ନାହିଁ
ସାକ୍ଷୀଗୋପାଳ--- ସାକ୍ଷୀଗୋପାଳରେ ଭାରତ ବନ୍ଦ ଡାକରା ଦେଇଥିବା ଟ୍ରେଡୟୁନିୟନଙ୍କ ସହିତ କଂଗ୍ରେସ ଦଳ ସାମିଲ ହୋଇଥିଲେ ମଧ ସେପରି ପ୍ରଭାବ ପଡିନାହିଁ । ଦେକାନ ବଜାର, ବ୍ୟାଙ୍କ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକ ଖୋଲା ରହିଛି । ସାକ୍ଷୀଗୋପାଳ ଏକ ତୀର୍ଥ ସ୍ଥଳୀ ହୋଇଥିବାରୁ ସକାଳୁ କିଛି ଯାତ୍ରୀ ବାହି ବସ ଆସିଥିବାର ଦେଖାଯାଇଥିଲା । ମାତ୍ର ସାକ୍ଷୀଗୋପାଳ ବ୍ଳକ ମଧ୍ୟରେ ଥିବା ମହିଳା ଶିିଶୁ ବିକାଶ କାର୍ଯ୍ୟାଳୟ ଆଗରେ ଏ.ଆଇ. ଟି. ୟୁ .ସି ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ଦାବି ପୁରଣରେ କେନ୍ଦ୍ର ସରକାରଙ୍କ ବିଫଳତା ବିରୁଦ୍ଧରେ ସାକ୍ଷୀଗୋପାଳ ଅଙ୍ଗନୱାଡି ସଂଘ ପକ୍ଷରୁ ପ୍ରତିବାଦ ସୂରପ କାର୍ଯ୍ୟାଳୟ ଆଗରେ ଶାନ୍ତି ଶୃଙ୍ଖଳା ସହିତ ଧାରଣା ଦିଆଯାଇଛି । ଏହି ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି ସଭାନେତ୍ରୀ ନିରଞ୍ଜନା ଦୀକ୍ଷିତ, ସମ୍ପାଦିକା ଲକ୍ଷ୍ମୀପିୟା ମହାପାତ୍ର ବାସୀ ପ୍ରସନ୍ନା ଦାଶ, ରଞ୍ଜିତା ରଥ, ସୁଲେଚନା ମିଶ୍ର ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସକରାରଙ୍କ ବିରୁଧରେ ନାରାବାଜି ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି