ଡେଲାଙ୍ଗରେ ଭାରତ ବନ୍ଦ ପ୍ରଭାବ ପଡିଲା ନାହିଁ
ଡେଲାଙ୍ଗ----- ଡେଲାଙ୍ଗ ବ୍ଳକ ଅଞ୍ଚଳରେ ଭାରତ ବନ୍ଦର ପ୍ରଭାବ ସେପରି କିଛି ପଡିନଥିବାର ଦେଖାଯାଇଛି । ଦେକାନ ବଜାର ଗୁଡିକ ଖୋଲା ରହିଥିବା ବେଳେ ସରକାରୀ କାର୍ଯ୍ୟାଳୟ, ପେଟ୍ରୋଲ ପମ୍ପ ଗୁଡିକ ମଧ୍ୟ ଖୋଲା ରହିଥିଲା । ରାସ୍ତାରେ ଗାଡି ମଟର ଯିବା ଆସିବା କରୁଥିଲା । ଅନ୍ୟ ପକ୍ଷେ ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରାକୁ ଏସ, ୟୁ, ସି. ଆଇ ( କମୁନିଷ୍ଟ) ଦଳସମର୍ଥନ କରିଛି । ଡେଲାଙ୍ଗ ଏସ, ୟୁ, ସି. ଆଇ ଡେଲାଙ୍ଗ ଷ୍ଟେସନ ବଜାର ବନ୍ଦ କରିବା ସହିତ ତହସିଲ କାର୍ଯ୍ୟାଳୟ ବନ୍ଦ କରିବା ପାଇଁ ଅନୁରୋଧ କରାଯାଇଥିଲା । ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଘରୋଇ କରଣ ସହିତ ଜାତି ଓ ଧର୍ମ ନାଁରେ ଭେଦ ଭାବ ସୃଷ୍ଟି କରିଥିବା ବିଜେପି ସରକାରଙ୍କ ବିରୁଧରେ ବିଭିନ୍ନ ନାରାବାଜି ଦିଆଯାଇଥିଲା । ଏହି ଆନ୍ଦୋଳନରେ ଅଲ ଇଣ୍ଡିଆ କିଷାନ କ୍ଷେତ୍ର ମଜଦୁର ସଂଗଠନର ରାଜ୍ୟ ସମ୍ପାଦକକମ୍ରେଡ ରଘୁନାଥ ଦାଶ, ଡେଲାଙ୍ଗ କମିଟିର ସମ୍ପାଦକ କମ୍ରେଡଦୀନବଯଧୁ ପରିଡା, କୃଷକ ନେତା କମ୍ରେଡ ଗଙ୍ଗାଧର ପ୍ରଧାନ ଓ ବଟକୃଷ୍ଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ବିରୁଧରେ ନାରାବାଜି ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି