 |
Sakhigopal |
ସାକ୍ଷୀଗୋପାଳ---- ପବିତ୍ର କାର୍ତ୍ତିକ ମାସ ଅଁଳାନବମୀ ତିଥିରେ ମା ଶ୍ରୀ ରାଧାଙ୍କ ପାଦ ଦର୍ଶନ ଯାତ୍ରା ପାଇଁ ଜିଲ୍ଲା ଓ ବ୍ଳକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଭକ୍ତ ମାନେ କିପିର ଶାନ୍ତି ଣୃଙ୍ଖଳାର ସହିତ ଦର୍ଶନ କରିବେ ସେଥିପାଇଁ ଦୁଇ ଦୁଇ ଥର ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁ ବିଭାଗ ଯେଉଁ ଦାୟତ୍ୱ ନେଇଥିଲେ ସେମାନେ ସେମାନଙ୍କ କାର୍ଯ୍ୟ ତୁଳାଇବାରେ ଲାଗିପଡିଛନ୍ତି । ବିଶେଷ କରି ମନ୍ଦିର ଆଗରେ ଭକ୍ତ ମାନଙ୍କ ସୁବିଧା ପାଇଁ ଲମ୍ବା ବ୍ୟାରିକେଡ ନିର୍ମାଣ କରାଯାଇଛି । ଖରାରୁ ରକ୍ଷା ପାଇବା ପାଇଁ ଉପରେ କନା ସିଲିଙ୍ଗି କରାଯାଇଛି । ଏହି ବ୍ୟାରିକେଡ ପାୟ ୧ କିଲୋମିଟର କରାଯାଇଛି । ଭକ୍ତ ମାନେ ବ୍ୟାରିକେଡ ଦେଇ ସିଧା ସଳଖ ମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରି ଉତ୍ତର, ପଶ୍ଚିମ ଦ୍ୱାର ଦେଇ ବାହାରି ପାରିବେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି