Breaking News

ପ୍ରଶାସନ ଅବହେଳାରେ କୋଟଗଡ ର ପର୍ଯ୍ୟଟନ ସ୍ଥଳ ଲୁଦୁ ଜଳ ପ୍ରପାତ


  କନ୍ଧମାଳ------  କନ୍ଧମାଳ ଜିଲ୍ଲା କୋଟଗଡ ଅଞ୍ଚଳ ରେ ବହୁଳ ଭାବରେ ପ୍ରାକୃତିକ ବନ, ପାହାଡ ବୃକ୍ଷ ରାଜି ଓ ନଦୀ ନଦ ଦୃଶ୍ୟମାନ ଯାହାକି ସହରାଞ୍ଚଳ ରେ ସାତ ସପନ ।  ସେଗୁଡିକ ମଧ୍ୟରୁ କୋଟଗଡ ଠାରୁ ୨୫ କି. ମି. ଦୂରରେ ଜିଲ୍ଲା ର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଲୁଦୁ ଜଳ ପ୍ରପାତ ରହିଛି ।  ପ୍ରଶାସନ ର ଅବହେଳା ଯୋଗୁ ପର୍ଯ୍ୟଟନ ସ୍ଥଳୀ ଜନ ମାନସରୁ  ଲିଭି ଲିଭି ଯାଉଛି ।  ଏହି ବୃହତ ଜଳ ପ୍ରପାତ ଟି ରେ ନାହିଁ ଯାତ୍ରୀ ଆଶ୍ରୟ ସ୍ଥଳୀ, ପାନୀୟ ଜଳ, ବଣ ଭୋଜି ପାଇଁ ମଣ୍ଡପ ଓ ରାସ୍ତା ଘାଟ ପରି ଆବଶ୍ୟକୀୟ ସୁବିଧା ସୁଯୋଗ କିଛି ନାହିଁ ।ଫଳରେ ପ୍ରତ୍ୟେକ ଦିନ ରାଜ୍ୟ ର କୋଣ ଅନୁକୋଣ ରୁ ଆସୁଥିବା ପର୍ଯ୍ୟଟକ ମାନେ ବିପଦ ମଣୁଛନ୍ତି । ଏହି ଜଳ ପ୍ରପାତରୁ   ବହୁ ଶିଘ୍ର ଫେରି ଯିବାକୁ ବାଧ୍ୟ ହେଉଛନ୍ତି। ବିଶେଷ କରି ଯୁବକ ଯୁବତୀ ମାନେ ଏଠାରେ କିଛି ସମୟ ପାଇଁ ରହିବାକୁ ଇଚ୍ଛା ଥିଲେ ମଧ୍ୟ ନିରାଶ ହୋଇ ଫେରି ଯାଉଥିବା ଜଣାପଡିଛି । ଏହି ପରି ବୃହତ ଝରଣା କୁ ଯଦି  ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହାର ବିକାଶ ଦିଗରେ କାର୍ଯ୍ୟ କଲେ କୋଟଗଡ ଅଞ୍ଚଳ ର ବିକାଶ ସାଙ୍ଗକୁ ରାଜସ୍ବ ମଧ୍ୟ ବୃଦ୍ଧି  ହୋଇପାରନ୍ତା ବୋଲି ଅଞ୍ଚଳବାସୀ କହିଛନ୍ତି। କନ୍ଧମାଳରୁ ମନୋଜ କୁମାର ପଣ୍ଡା
 M  Panda
Kandhamala News

Blog Archive

Popular Posts