 |
Delang News |
ଡେଲାଙ୍ଗ--- ଡେଲାଙ୍ଗ ୨୨୨ ଅନୁଷ୍ଠାନର ସଭାପତି ସମୟ ରଞ୍ଜନ ବିଶ୍ୱାଳଙ୍କ ନୂତନ ଚିନ୍ତା ଧାରା ଏବେ ଅଞ୍ଚଳରେ ବେଶ ଚର୍ଚ୍ଚିତ । ଯଦିବା ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନଙ୍କର ବୟସ ହୋଇନାହିଁ ତଥାପି ସେମାନେ କିଛି ନୂତନ କାର୍ଯ୍ୟ କରିବା ପାଇଁ ସବୁବେଳେ ଚିନ୍ତାରେ ରହିଛନ୍ତି । କେତେବେଳେ ଅସହାୟ ଗରିବ ପିଲା ମାନଙ୍କୁ ପାଠ୍ୟପୁସ୍ତକ, ଖେଳ ସାମଗ୍ରୀ, ରୋଗୀ ମାନଙ୍କୁ ସେବା, ଗ୍ରାମ ସଫେଇ, ବୃକ୍ଷ ରୋପଣ ସହିତ ବିଦ୍ୟାଳୟରେ ବିଭିନ୍ନ ମହାପୁରଷଙ୍କ ଜୟନ୍ତୀ ପାଳନ କରିବା ସହ ସେମାନଙ୍କ ସମ୍ପର୍କରେ ପିଲା ମାନଙ୍କୁ ଶିକ୍ଷା ଦାନ କରି ବେଶ ପରିଚିତ । ଏବେ ଜଣେ ବ୍ୟକ୍ତିଙ୍କୁ ସେମାନେ ଠାବ କରିଛନ୍ତି ଯିଏକି ବଡଲୋକ ବା ଧନୀ ହେବା ପାଇଁ ପରିଶ୍ରମ କରୁନାହାନ୍ତି । ପରିଶ୍ରମ କୁରଛନ୍ତି ନିଜେ ଓ ତାଙ୍କ ପରିବାରଙ୍କ ମୁହଁରେ ହସ ଫୁଟାଇବା ପାଇଁ । ଡେଲାଙ୍ଗ ଥାନା ନିକଟରେ ଥିବା ଜଗଦଳପୁର ଗ୍ରାମର ଗଜିଆ ବାରିକଙ୍କ ସେଲୁନ ଦେକାନ ବାତ୍ୟାରେ ଭାଙ୍ଗି ଯାଇଛି । ଅନ୍ୟ ସେଲୁନ ପରି ଚକଚକିଆ କରି ପାରୁନାହାନ୍ତି । ସେହି ପୁରୁଣା ଢ଼ଙ୍ଗରେ ଦେକାନ କରୁଛନ୍ତି । ମାତ୍ର କାମରେ ନୂତନ । ଏହାକୁ ନଜର କରି ଡେଲାଙ୍ଗ ୨୨୨ ଅନୁଷ୍ଠାନ ପକ୍ଷରୁ ଗଜିଆଙ୍କୁ କିଛି ସହଯୋଗ କରିବା ସହ ଅନୁଷ୍ଠାନର ସମସ୍ତ ସଦସ୍ୟ ତାଙ୍କ ସେଲୁନରେ ଚୁଟି କାଟିବା ପାଇଁ ନିସ୍ପତି ନେଇଛନ୍ତି ବୋଲି ରାମକୃଷ୍ଣ ପରିଡା, ମନୋରଞ୍ଜନ ପରିଡା, ସୁନୀଲ ସ୍ୱାଇଁ ପ୍ରମୁଖ କହିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି