ସତ୍ୟବାଦୀ ବ୍ଳକ ଶିକ୍ଷା ଅଧିକାରୀଙ୍କ ବିରୁଧରେ ଶିକ୍ଷକ ସଂଘ ଆଣିଲା ମହା ଅଭିଯୋଗ
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଶିକ୍ଷା ଅଧିକାରୀଙ୍କ ରାଜନୈତିକ, ଦୁର୍ନୀତିଯୁକ୍ତ କାର୍ଯ୍ୟ ସମ୍ପର୍କେ ସତ୍ୟବାଦୀ ବ୍ଳକ ଏଲିମେଣ୍ଟାରୀ ଶିକ୍ଷକ ସମନ୍ନୟ ସମିତି ମହା ଅଭିଯୋଗ ଆଣିଛି । ଏବେ ବ୍ଳକ ଶିକ୍ଷା ଅଧିକାରୀ ରାଜନେତାଙ୍କ ହାତ ବାରିସ ସାଜିଛନ୍ତି । ନେତାଙ୍କ କଥା ଅନୁସାରେ ବିଇଓ ଉଠବସ ହୋଉଥିବା ଅଭିଯୋଗ ମାନ ହୋଉଛି । ଏବେ ଶିକ୍ଷକ ସମନ୍ନୟ ସମିତି ଓ ବ୍ଳକ ଶିକ୍ଷା ଅଧିକାରୀ ମୁହାଁମୁହିଁ ହୋଇଛନ୍ତି । ଏ ସମ୍ପର୍କରେ ଶିକ୍ଷକ ସମନ୍ନୟ ସମିତି ପୁରୀ ଜିଲ୍ଲାପାଳ, ଡିପିସିଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗରେ ଦର୍ଶାଯାଇଛି ଯେ ବ୍ଳକ ଶିକ୍ଷା ଅଧିକାରୀ ରାଜନୀତି ସହିତ ସମ୍ପୁକ୍ତ ରହି ଅନେକ ଦୁର୍ନୀତି କାର୍ଯ୍ୟ କରୁଛନ୍ତି ବୋଲି ଷିକ୍ଷକ ସମନ୍ନୟ ସମିତି ଅଭିଯୋଗ ଆଣିଛି । ସତ୍ୟବାଦୀରେ ଅନେକ ବେସରକାରୀ ଶିକ୍ଷା ଅନୁଷ୍ଠାନ ଗଡି ଉଠିଛି । ନୂତନ ସି.ଆର.ସି.ସି ନିଯୁକ୍ତିରେ ଅର୍ଥ କାରବାର, ପ୍ୟାନେଲରେ ଶୀର୍ଷ ସ୍ଥାନରେ ଥିବା ଶିକ୍ଷକଙ୍କୁ କାଉନସେଲିଂ ନ କରି ପ୍ୟାନେଲରେ ତଳେ ଥିବା ଶିକ୍ଷକଙ୍କୁ ଅର୍ଥ ନେଇ ତାଙ୍କୁ ହେଡକ୍ୟାଟରେ ନିଯୁକ୍ତି ଦିଆଯିବା, ବିନା ଅର୍ଥରେ ଶିକ୍ଷକ ମାନଙ୍କର କୌଣସି କାର୍ଯ୍ୟ ନକରିବା, ଜିପିଏଫ, ଇନିକ୍ରିମେଣ୍ଟ, ଏରିଅର, ଇନକମ୍ ଟ୍ୟାକସ ରିଟର୍ଣ୍ଣ, ପେସ୍ଳିପ, ଆଦି କାର୍ଯ୍ୟ ପାଇଁ ବ୍ଳକ ଶିକ୍ଷା ଅଧିକାରୀ ଅର୍ଥ ନ ଦେଲେ କାର୍ଯ୍ୟ କରୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି ।ସେମାନଙ୍କର ଭୂତିଭୁମି ଠିକ ନାହିଁ । ସେମାନଙ୍କ ଠାରୁ ମୋଟା ଅର୍ଥ ନିଆଯାଇ ନୋ ଅବ୍ଜେନସନ ପ୍ରମାଣପତ୍ର ଦିଆଯାଇଛି । ସେହିପରି ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କର ପେନସନ, ସପ୍ତମ ବେତନ କମିଶନର ଦରମା ଆଦି କାର୍ଯ୍ୟ ଅର୍ଥ ନ ଦେଲେ କରାଯାଉ ନାହିଁ । ଅନ୍ୟ ପକ୍ଷେ ଶିକ୍ଷକ ମାନଙ୍କୁ ଡେପୁଟିସନରେ ବ୍ୟାପକ ଅର୍ଥ କାରବାର କରାଯିବା ଆଦି ଅସମ୍ବବ କାର୍ଯ୍ୟକୁ ବ୍ଳକ ଶିକ୍ଷା ଅଧିକାରୀ ସମ୍ଭବପର କରି ପାରୁଛନ୍ତି ଯାହା ଫଳରେକି ସତ୍ୟବାଦୀର ଶିକ୍ଷକ ସମାଜକୁ ମର୍ମାହତ କରିଛି ବୋଲି କହିଛନ୍ତି । ଘଟଣା ସମ୍ପର୍କରେ ପୁରୀ ଜିଲ୍ଲାପାଳ ତୁରନ୍ତ ନଜର ଦେବା ପାଇଁ ଶିକ୍ଷକ ସମନ୍ନୟ ସମିତିର ସଭାପତି ସୁକାନ୍ତ କୁମାର ମିଶ୍ର ଓ ସମ୍ପାଦକ ସୁନିଲ କୁମାର ବେହେରାଙ୍କ ସହିତ ଅନ୍ୟ କର୍ମକର୍ତ୍ତା ମାନେ ଅନୁରୋଧ କରିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି